Gandhi Jayanti Speech In Odia | Gandhi Jayanti Odia Speech Bhasana

Gandhi Jayanti Speech In Odia

Gandhi jayanti speech in odia, gandhi jayanti speech in odia pdf, gandhi jayanti speech odia re, odia gandhi jayanti bhashan, odia essay gandhi jayanti, odia speech gandhi jayanti, odia jatra gandhi jayanti. gandhi jayanti odia rachana, gandhi jayanti odia bhasana, gandhi jayanti odia speech. mahatma gandhi jayanti odia, odia speech n gandhi jayanti, gandhi jayanti speech in odia pdf, gandhi jayanti essay in odia language, october 2 gandhi jayanti odia, gandhi jayanti essay in odia.

Gandhi Jayanti Speech In Odia
Gandhi Jayanti Speech In Odia

Gandhi Jayanti Odia Speech

ଏଠାରେ ଉପସ୍ଥିତ ଥିବା ମୋର ପୂଜନୀୟ ପ୍ରଧାନ ଶିକ୍ଷକ, ଶ୍ରେଣୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହାର୍ଦ୍ଦିକ ପ୍ରଣାମ ଜ୍ଞାପନ କରିବା ସହ ମୋର ପ୍ରିୟ ବନ୍ଧୁ ଓ ସହପାଠୀ ମାନଙ୍କୁ ଆଜିର ଶୁଭ ଅବସରରେ ଅଭିନନ୍ଦନ ଜଣାଉଛି । ମୋର ନାମ ରାହୁଲ, ମୁଁ 7 ଶ୍ରେଣୀରେ ପଢୁଛି| ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ । ଗାନ୍ଧୀ ଜୟନ୍ତୀ ଅବସରରେ ମୁଁ ଉପସ୍ଥିତ ସଭା ମଣ୍ଡଳୀଙ୍କ ସମ୍ମୁଖରେ କିଛି କହିବାକୁ ଚାହୁଁଛି । ସର୍ବପ୍ରଥମେ ମୁଁ ମୋର ଶ୍ରେଣୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯିଏ ମୋତେ ଏପରି ଏକ ମହାନ ଉତ୍ସବରେ କିଛି କହିବାର ସୁଯୋଗ ଦେଇଛନ୍ତି | ପ୍ରତିବର୍ଷ ଭଳି ଏଇ ବର୍ଷ ଆଜିର ତାରିଖରେ ଆମେ ଏଠାରେ ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ କରିବା ପାଇଁ ଏକତ୍ରିତ ହୋଇଛେ | ଗାନ୍ଧୀ ଜୟନ୍ତୀ କେବଳ ଆମ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଅହିଂସା ଦିବସ ଭାବରେ ପାଳନ କରାଯାଏ କାରଣ ସେ ଥିଲେ ଅହିଂସାର ଅଗ୍ରଦୂତ ଥିଲେ।

ତାଙ୍କର ସମ୍ପୂର୍ଣ୍ଣ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ, ଯଦିଓ ସେ ବାପୁ ଏବଂ ଜାତିର ପିତା ତଥା ମହାତ୍ମା ଗାନ୍ଧୀ ଭାବରେ ପ୍ରସିଦ୍ଧ | ସେ 2 ଅକ୍ଟୋବର 1869 ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ଏଭଳି ମହାନ ଯୁଗଜନ୍ମାଙ୍କ ସାନିଧ୍ୟ ଯୋଗୁଁ ଭରତ ମାଟି ସର୍ବଦା ଋଣୀ ।

Gandhi Jayanti Odia Speech, Gandhi jayanti essay in odia, gandhi jayanti speech in odia, gandhi jayanti bhasana
Gandhi Jayanti Odia Speech

ଯେତେବେଳେ ଭରତ ମାଟିରେ ପରାଧୀନତା ବିଭୀଷିକାମୟ ହୋଇଉଠି ଥିଲା ସେତେବେଳେ ଏହି ଯୁଗପୁରୁଷ ସାଜିଥିଲେ ତ୍ରାଣକର୍ତ୍ତା । ସେ ପିଲାଟି ଦିନରୁ ଶ୍ରବଣ କୁମାର ଏବଂ ହରିଶ୍ଚନ୍ଦ୍ର ନାଟକ ଯୋଗୁଁ ଖୁବ ପ୍ରଭାବିତ ହୋଇଥିଲେ । ତାଙ୍କର ବିବାହ 13 ବର୍ଷ ବୟସରେ କସ୍ତୁରବାଙ୍କ ସହ ହୋଇଥିଲା । ପ୍ରାଥମିକ ଶିକ୍ଷା ସମାପ୍ତ ପରେ ସେ ଇଂଲଣ୍ଡରୁ ଓକିଲାତି ପାଶ କରି ଭରତ ଫେରିଥିଲେ । ଏବଂ ଦକ୍ଷିଣ ଆଫ୍ରିକା ଯାଇଥିଲେ । କିନ୍ତୁ ସେଠାରେ ବର୍ଣ୍ଣବୈଷମ୍ୟତା ଦ୍ଵାରା ଆକ୍ରାନ୍ତ ହୋଇ ସ୍ଵରଉତ୍ତୋଳନ କରିଥିଲେ । ଏହିଠାରୁ ହିଁ ସେ ଆରମ୍ଭ କରିଥିଲେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ । 1915 ମସିହାରେ ସେ ଭାରତ ଫେରି ସ୍ଵାଧୀନତା ସଂଗ୍ରାମ ପାଇଁ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରିଦେଇଥିଲେ ।

ଭରତର ବିଭିନ୍ନ ସ୍ଥାନ ବୁଲି ସେ ଲୋକ ମାନଙ୍କୁ ସ୍ଵାଧୀନତାର ପରିଭାଷା ବୁଝାଇଥିଲେ । ଏବଂ ଲୋକ ମାନଙ୍କ ଭିତରେ ସଚେତନତା ଜାଗ୍ରତ କରାଇ ଅନେକ ଆନ୍ଦୋଳନର ବହ୍ନି ତେଜିଥିଲେ । ସେହି ଆନ୍ଦୋଳନ ଗୁଡିକ ହେଉଛି ଅସହଯୋଗ, ଲବଣ ସତ୍ୟାଗ୍ରହ ଏବଂ ଭାରତ ଛାଡ ଆନ୍ଦୋଳନ । ତାଙ୍କ ଆହ୍ଵାନରେ ସମଗ୍ର ଭାରତୀୟ ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ପ୍ରଭେଦତାକୁ ଦୂରେଇ ସଂଗ୍ରାମରେ ଯୋଗ ଦେଇଥିଲେ । ଯାହା ଇଂରେଜ ଶାସନ ସତ୍ତାକୁ ଆଚମ୍ବିତ କରିବା ସହ ଭାରତ ଛାଡିବା ପାଇଁ ବାଧ୍ୟ କରି ଦେଇଥିଲା । ହେଲେ ରାଜନୈତିକ କାରଣରୁ 1948 ମସିହା ଜାନୁଆରୀ 30 ତାରିଖ ଦିନ ନାଥୁରାମ ଗଡସେ ହାତରେ ସେ ପ୍ରାଣତ୍ୟାଗ କରିଥିଲେ ।

ଆଜି ସେଇ ଇତିହାସ ଜୟୀ ପରମ ପୁରୁଷଙ୍କ ଜନ୍ମ ଦିବସ । ଆଜି ସଶରୀରେ ସେ ନାହାନ୍ତି ସତ କିନ୍ତୁ କୋଟି କୋଟି ଭାରତୀୟର ହୃଦୟରେ ତାଙ୍କ ପ୍ରତିଛବି ସଦ୍ୟ ଉଦଜୀବିତ ରହିବ । ସେଇ ଇତିହାସ ଜୟୀ ଦିବ୍ୟାତ୍ମାଙ୍କୁ ପ୍ରଣାମ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି ।

!! ଜୟ ହିନ୍ଦ !! ଭାରତ ମାତା କି ଜୟ !!

Read Also related Content

Leave a Comment