Madala Panji in Odia, madala panji in odia pdf download, madala panji in english pdf , madala panji first written in which language, odia panji book pdf, jagannath temple history in odia pdf.

- ଯିଏ ଶ୍ରୀମନ୍ଦିର ଇତିହାସ, ଆୟ ବ୍ୟୟ ଓ ପୂଜାବିଧି ସମ୍ପର୍କରେ ଲେଖନ୍ତି ତାଙ୍କୁ କଣ କୁହାଯାଏ? ଦେଉଳକରଣ
- ଯିଏ ରାଜା ମାନଙ୍କ ରାଜ୍ୟଭୋଗର ଇତିହାସ ସମ୍ପର୍କରେ ଲେଖନ୍ତି ତାଙ୍କୁ କଣ କୁହାଯାଏ? ତଢାଉକରଣ
- ଶ୍ରୀମନ୍ଦିରର ଇତିହାସ, ପୂଜାବିଧି ଓ ଆୟବ୍ୟୟର ବିବରଣୀ ଯେଉଁ ପୋଥିରେ ରହିଥାଏ ତାକୁ କଣ କୁହାଯାଏ? ମାଦଳା ପାଞ୍ଜି
- ମାଦଳା ପାଞ୍ଜି ସହିତ କେତେ ପ୍ରକାର କରଣ ସମ୍ପୃକ୍ତ ଥାନ୍ତି? ୫ (କୋଠ କରଣ, ବଇଠି କରଣ, ତଢାଉ କରଣ, ଦେଉଳକରଣ, ପାଞ୍ଜିଆ କରଣ)
- ମାଦଳା ପାଞ୍ଜିର କେତୋଟି ବିଭାଗ ରହିଛି ଓ କଣ କଣ? ୫ଟି ଯଥା: ରାଜ ଖଞ୍ଜା, ଦେଶ ଖଞ୍ଜା, କର୍ମାଙ୍ଗୀ, ଦିନ ପାଞ୍ଜି, ଚକଡା।
- କିଏ ସର୍ବ ପ୍ରଥମେ ମାଦଳା ପାଞ୍ଜିକୁ ଆଲୋଚନା ପରିସରକୁ ଆଣିଥିଲେ? ଷ୍ଟର୍ଲିନ ସାହେବ
- ଚକଡା କଣ? ମାଦଳାକରଣ ମାନଙ୍କ ବଂଶଧର ବିଭିନ୍ନ ଅଞ୍ଚଳରେ ରହି ଆଞ୍ଚଳିକ ପାଞ୍ଜି ଲେଖୁଥିଲେ। ଏହି ଆଞ୍ଚଳିକ ପାଞ୍ଜି ଗୁଡିକ ଚକଡା କୁହାଯାଏ।
- ଶ୍ରୀମନ୍ଦିରରେ ବର୍ତ୍ତମାନ କିପରି ମଦଳପାଞ୍ଜି ପରମ୍ପରା ବଜାୟ ରଖାଯାଉଛି ? ଦିନପାଞ୍ଜି ଲେଖି
- ମାଦଳାପାଞ୍ଜିର ରଚନା ଓ ପଠନ କାର୍ଯ୍ୟ କାହାର ନିୟନ୍ତ୍ରଣାଧୀନ ବୋଲି ଜନଶ୍ରୁତି ରହିଛି? ସୁଦର୍ଶନ
- ପୁରୁଷୋତ୍ତମ ଚନ୍ଦ୍ରିକା ଗ୍ରନ୍ଥର ଲେଖକ କିଏ? ଭବାନୀଚରଣ ବନ୍ଦ୍ୟୋପାଧ୍ୟାୟ
- ମାଦଳା ପାଞ୍ଜିର ମୁଦ୍ରଣ ନିମିତ୍ତ କେତେ ଟଙ୍କା ପ୍ରାଚୀ ସମିତିକୁ ଦିଆ ଯାଇଥିଲା? ଦୁଇ ଶତ ଟଙ୍କା
- କେବେ ମାଦଳା ପାଞ୍ଜି ଜନସାଧାରଣ ଦୃଷ୍ଟିକୁ ଆସିଲା? ୧୯୪୦ ଖ୍ରୀଷ୍ଟାବ୍ଦରେ
- ମନମୋହନ ଚକ୍ରବର୍ତ୍ତୀଙ୍କ ମତାନୁସାରେ ମାଦଳା ଶବ୍ଦଟି କେଉଁ ଶବ୍ଦକୁ ଆସି ଅଛି? ମୁଦଳ
- ଶ୍ରୀମନ୍ଦିରରେ ପ୍ରତିଦିନ ସେବା ପୂଜା ଶେଷରେ ମନ୍ଦିର ବନ୍ଦ କରି ସିଲ୍ ଦେଉଥିବା ବ୍ୟକ୍ତିକୁ କଣ କୁହାଯାଏ? ମୁଦିରଥ
- ମର୍ଦ୍ଦଳାକାରରେ ପାଞ୍ଜି ବନ୍ଧାହୋଇ ରହେ, ତେଣୁ ଏହାର ନାମ ମାଦଳାପାଞ୍ଜି – ଏହା କାହାର ଉକ୍ତି? ଜଗବନ୍ଧୁ ସିଂହ
- ମୃଦଙ୍ଗ ଜାତୀୟ ବାଦ୍ୟବିଶେଷ ମର୍ଦ୍ଦଳ ଭଳି ଦିଶୁଥିବାରୁ ଏହାର ନାମ ମାଦଳାପାଞ୍ଜି – ଏହା କିଏ କହିଥିଲେ? ରମାପ୍ରସାଦ ଚନ୍ଦ
- ମାଦଳାର ଅଭିଧାନିକ ଅର୍ଥ କଣ? ହସ୍ତପଦ ହୀନ ଶରୀର
- ପ୍ରାଚୀନ ଶାସ୍ତ୍ର ଅନୁସାରେ ମାଦଳା କେଉଁ ଦୁଇଟି ଶବ୍ଦର ସମଷ୍ଟି ଅଟେ? ମାଦ+ଳା
- ମାଦ ଓ ଳା ଶବ୍ଦ ଦ୍ୱୟର ଅର୍ଥ କଣ? ମାଦର ଅର୍ଥ ଗୌରବ ଳାର ଅର୍ଥ ସଂଗ୍ରହ
- କେବେ ଓ କାହା ସମ୍ପାଦନାରେ ମାଦଳାପାଞ୍ଜି ନାମକ ପୁସ୍ତକ ପ୍ରକାଶ ପାଇଥିଲା? ୧୯୪୦ ଖ୍ରୀଷ୍ଟାବ୍ଦରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ଵାରା
- କେଉଁ ରାଜାଙ୍କ ଶାସନକାଳରେ ମାଦଳା ପାଞ୍ଜିର ଲେଖା ଆରମ୍ଭ ହୋଇଛି ବୋଲି ଜନଶ୍ରୁତି ରହିଛି? ଚୁଡଙ୍ଗଦେବ ବା ଚୋଡଗଙ୍ଗ ଦେବ
- ମାଦଳାପାଞ୍ଜି କେଉଁ ଶୈଳୀରେ ଲିଖିତ? ଗଦ୍ୟ ଶୈଳୀ
- କାହିଁକି ଏହାକୁ ଗବେଷକ ମୋଗଲ ଶାସନ ପରବର୍ତ୍ତୀ ସମୟର ରଚନା ବୋଲି ମତ ପୋଷଣ କରନ୍ତି? ଏଥିରେ ମୋଗଲ ଶବ୍ଦ ପ୍ରୟୋଗ ହୋଇଥିବାରୁ
- କପିଳେନ୍ଦ୍ର ଦେବ କେଉଁ ବଂଶର ପ୍ରତିଷ୍ଠାତ ଥିଲେ? ସୂର୍ଯ୍ୟବଂଶ
- ଅନଙ୍ଗଭୀମଦେବଙ୍କୁ କେଉଁ ଉପାଧିରେ ଭୂଷିତ ହୋଇଥିବା କଥା ମଦଳପାଞ୍ଜିରେ ଦେଖିବାକୁ ମିଳେ? କଳବର୍ଗେଶ୍ଵର
- ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତାନୁସାରେ ମଦଳପାଞ୍ଜିର ସମୟସୀମା କେତେ? ୧୨ଶ ଶତାବ୍ଦୀ ପରେ
- ହରେକୃଷ୍ଣ ମହତାବଙ୍କ ମତାନୁସାରେ ଏହାର ରଚନା କାଳ କେତେ? ୧୬ଶ ଶତାବ୍ଦୀ
- ମାଦଳା ପାଞ୍ଜିରେ କେଉଁ ରାଜାଙ୍କୁ ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବେ ଅବିହିତ କରାଯାଇଛି? ରାମଚନ୍ଦ୍ର ଦେବ
- ରାମଚନ୍ଦ୍ର ଦେବ କେଉଁ ବଂଶର ରାଜା ଥିଲେ? ଭୋଇ ବଂଶ
- ମଦଳପାଞ୍ଜିରେ କେଉଁ ରାଜାଙ୍କୁ ରାଣ୍ଡୀପୁଅ ଆଖ୍ୟା ଦିଆଯାଇଛି? ଗଙ୍ଗବଂଶର ରାଜା ଚୋଳଗଙ୍ଗ ଦେବ
- ରାଜଖଞ୍ଜା କଣ? ମାଦଳାର ଯେଉଁ ବିଭାଗରେ ରାଜ ମାନଙ୍କ ବିଶେଷ ଘଟଣାବଳୀ ଲିପିବଦ୍ଧ ହୋଇ ରହୁଥିଲା ତାହାକୁ ରାଜଖଞ୍ଜା କୁହାଯାଉଥିଲା?
- ରାଜଖଞ୍ଜା କେବେ ପାଠ ହେଉଥିଲା? ପ୍ରତିବର୍ଷ ପୌଷ ପୂର୍ଣ୍ଣମୀରେ
- ଦେଶ ଖଞ୍ଜା କାହାକୁ କୁହାଯାଉଥିଲା? ମାଦଳାପାଞ୍ଜିର ଯେଉଁ ବିଭାଗରେ ଦାନ, ଦକ୍ଷିଣା, ସ୍ଥାବର, ଅସ୍ଥାବର ସମ୍ପତ୍ତିର ବିବରଣୀ ରହୁଥିଲା ତାହାକୁ ଦେଶଖଞ୍ଜା କୁହାଯାଉଥିଲା।
- ଦେଶଖଞ୍ଜାର ନକଲ କାହା ପାଖରେ ସୁରକ୍ଷିତ ହୋଇ ରହୁଥିଲା? କୋଠକରଣ
- ଜଗନ୍ନାଥ ମନ୍ଦିରର ନିତ୍ୟ ରୀତିନୀତି, ସେବା ପୂଜା ଓ ପର୍ବପର୍ବାଣିର ବିବରଣୀ ମାଦଳାର ଯେଉଁ ବିଭାଗରେ ରହୁଥିଲା ତାହାକୁ କଣ କୁହାଯାଉଥିଲା? କର୍ମାଙ୍ଗୀ
- ଦିନପାଞ୍ଜିକୁ କିଏ ନିତ୍ୟ ପାଠ କରୁଥିଲେ? ଦୈବଜ୍ଞ ଉପାଧିଧାରୀ ବ୍ରାହ୍ମଣ